ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ପ୍ରତିବାଦରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଜିରାଳ ରାସ୍ତାର ସାରୁଆଳି ଘୁମୁରା ନାଳ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ଘର କାମାକ୍ଷାନଗର ଏନ୍‌ଏସି ଆଳତୁମା ଗ୍ରାମରେ ଓ ନାମ କାଳନ୍ଦୀ ପ୍ରଧାନ (୪୨ବର୍ଷ) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୋମବାର ଏକ ନାଳରୁ କାଳନ୍ଦୀ ପ୍ରଧାନଙ୍କ ମୃତଦେହ ମିଳିଥିଲା। ମୃତଦେହ ପାଖରେ କାଳନ୍ଦୀ ବ୍ୟବହାର କରୁଥିବା ସୁଜୁକି କମ୍ପାନିର ଓଡି ୦୬ ଏଫ୍‌ ୮୦୯୯ ନମ୍ବର ଥିବା ସ୍କୁଟର ଓ ମୋବାଇଲ ଫୋନ୍‌ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାପଡ଼ୁଛି କି, କେହି କାଳନ୍ଦୀଙ୍କୁ ହତ୍ୟା କରି ଫୋପାଡ଼ି ଦେଇଛି। ମୃତଦେହ ମିଳିବା ଖବର ପାଇବା ପରେ କାମାକ୍ଷାନଗର ଥାନାଅଧୀକାରୀ ନିରଞ୍ଜନ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମୃତକଙ୍କ ଭାଇ ବୁଦ୍ଧିମନ୍ତ ପ୍ରଧାନଙ୍କ ଅଭିଯୋଗ କ୍ରମେ କାମାକ୍ଷାନଗର ଥାନା କେସନମ୍ବର ୮୦/୨୦୧୯ ଦଫା ୩୦୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ମୃତଦେହକୁ ଜବତ କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

ଶବ ବ୍ୟବଚ୍ଛେଦ ପରେ ଆଳତୁମା ଗାଁ ଛକ ୫୩ ନମ୍ବର ଜାତୀୟ ରାଜପଥରେ ଶବକୁ ରଖି ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଉତ୍ତେଜିତଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବାର ପ୍ରତିଶୃତି ଦେଲାପରେ ଲୋକେ ରାସ୍ତାରୁ ହଟିଥିଲେ।

ସମ୍ବନ୍ଧିତ ଖବର