ଚିତ୍ରଡ଼ା: ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧିନ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ହାଟ ପାଖ ଏକ ଡାଗୱେଲ (ଚାଷଜମିରେ ବ୍ୟବହୃତ ବଡ଼ କୂଅ) ଭିତରୁ ଆଜି ଜନୈକ ବୃଦ୍ଧଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତ ବ୍ୟକ୍ତି ଜଣକ ରାସଗୋବିନ୍ଦପୁର ଥାନା ଅଧିନ ଭୁୟାମରା ଗ୍ରାମର ରାମଚନ୍ଦ୍ର ମୁର୍ମୁଙ୍କ ପୁଅ ଗୁନା ରାମ ମୁର୍ମୁ (୫୫) ବୋଲି ଜଣାପଡ଼ିଛି।
ସୂଚନାଯୋଗ, ଗୁନା ଗତ ଶନିବାର ଦିନ ଝିଙ୍କିରିଆ ହାଟକୁ ଆସି ଆଉ ଘରକୁ ଫେରି ନଥିଲେ। ତେବେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ପାରି ନଥିଲେ। ତେବେ ଆଜି ଝିଙ୍କିରିଆ ହାଟ ପାଖ ଏକ ଡାଗୱେଲରେ ଗୁନାଙ୍କ ମୃତଦେହ ଭାସୁଥିବାର ଦେଖି ଲୋକେ ପୁଳିସକୁ ଖବର ଦେଇଥିଲେ।
ଖବର ପାଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇ ଥିଲେ। ଏନେଇ ପୁଲିସ ୪୩/୨୦ ରେ ରବିବାର ସନ୍ଧ୍ୟାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dead_171d0225e97_large-1.jpg)
