ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଗୋଇରା ମଠ ନିକଟସ୍ଥ ମହାନଦୀ ପୋଲ ତଳୁ ଗୁରୁବାର ସକାଳେ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ପରେ ଯୁବତୀଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ଅଂଶରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ବୁର୍ଲା ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀ ଜଣକ ଝାରସୁଗୁଡା ଅଞ୍ଚଳର ସିମ୍ରନ୍‌ ସିଂ ଓ ବୟସ ୨୧ ବର୍ଷ । ସେ ଜଣେ ଆଲବମ୍‌ କଳାକାର ଥିବା ବୋଲି ଜଣାପଡ଼ିଛି। ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ତାହା ଶବ ବ୍ୟବଚ୍ଛେଦ ପରେ ହିଁ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି। ସିମ୍‌ରନ୍‌ ସୋନ୍‌ମ୍‌ ରୋ’.., ରିକ୍ସାଓ୍ଵାଲା ଆଦିରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା।

Advertisment

publive-image

ମୃତ ସିମ୍‌ରନ୍‌ ସିଂଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ ଆର୍ଟିଷ୍ଟ ଯୁକ୍‌ସୋନା ନାମରେ ଅଭିଯୋଗ କରିଛନ୍ତି। ଯୁକ୍‌ସୋନା ଓ ସିମ୍‌ରନ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଏଦୁହେଁ ଗତବର୍ଷ ବିବାହ ମଧ୍ୟ କରିଥିଲେ। ଅନେକ ସମୟରେ ଯୁକ୍‌ସୋନା ସିମ୍‌ରନ୍‌କୁ ନିର୍ଯାତନା ଦେଉଥିଲା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବି ପରିବାର ଲୋକ କହିଥିଲେ। ଏମିତି କି ଧମକ ଦେଇ ସିମ୍‌ରନ୍‌ଠାରୁ ଯୁକ୍‌ସୋନା ଦେଢ଼ଲକ୍ଷ ଟଙ୍କା ନେଇଥିବା ବି ଅଭିଯୋଗ ହୋଇଛି। ଦୁଇତିନି ଦିନ ତଳେ ସିମ୍‌ରୋନ୍‌ ଫୋନ୍‌ କରି ଯୁକ୍‌ସୋନା ତାକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିଥିବା କଥା ଫୋନ୍‌ କରି ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସେ ଝିଅକୁ ହତ୍ୟା କରିଥିବା କଥା ଅଭିଯୋଗ ହୋଇଛି।

publive-image

ସୂଚନାଯୋଗ୍ୟ, ଗୁୁରୁବାର ସକାଳେ ମହାନଦୀ ପୋଲ ତଳେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟଲୋକ ଅନ୍ୟମାନଙ୍କୁ ଓ ପୁଲିସ୍କୁ ଖବର ଦେଇଥିଲେ। ଉଦ୍ଧାର ହୋଇଥିବା ମୃତ ସିମ୍ରନ୍‌ ଜିନ୍‌ସ ପ୍ୟାଣ୍ଟ, ଜ୍ୟାକେଟ୍‌ ପିନ୍ଧିଥିଲେ। ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍‌ ପଡ଼ିଥିଲା। ଯାହାକୁ ପୁଲିସ ଜବତ କରି ନେଇଛି।