ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଟାଟା-ବାଦାମପାହାଡ଼ ରେଳପଥର ରାଇରଙ୍ଗପୁର ଫାଟକ ନିକଟରେ ଥିବା ରେଳ ଲାଇନ ଉପରୁ ଅଜଣା ମୃତ ଦେହ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସହ ଏକ ଦଳ ପହଞ୍ଚି ମୃତ ଦେହକୁ ଚି଼ହ୍ନଟ କରିଥିଲେ । ସୂଚନା ମୁତାବକ ଶମ୍ଭୁ ମହାକୁଡ଼(୪୦) ପିତା ସ୍ବର୍ଗତ ହରି ମହାକୁଡ଼ ରାଇରଙ୍ଗପୁର ଗଡ଼ର ବାସିନ୍ଦା ବୋଲି ସବିଶେଷ ତଥ୍ୟରୁ ଜଣାପଡିଛି ବୋଲି ଥାନା ଅଧିକାରୀ ଶ୍ରୀ ବାଗେ ପ୍ରକାଶ କରିଛନ୍ତି । ଏନେଇ ବାଲେଶ୍ବର ଜିଆରପିରେ କେସ ନଂ ୩୩/୨୨ ରେ ଏକ ଅପମୃତ ମାମଲା ରୁଜ୍ଜୁ ହୋଇଛି ।
ରେଳଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
/sambad/media/post_attachments/wp-content/uploads/2022/01/dead-sisat-1.jpg)