ଫୁଲବାଣୀ: ଗାଧୋଇବାକୁ ଯାଇ ନିକ୍ଷୋଜ ବ୍ୟକ୍ତିଙ୍କ ମୃତଦେହ ୩ ଦିନ ପରେ ଆଜି ଉଦ୍ଧାର ହୋଇଛି। ଫିରିଙ୍ଗିଆ ଥାନା କଇରିକୁମ୍ପାର ସପ୍ତେଶ୍ବର ଦିଗାଲ(୪୫) ଗତ ୧୩ ତାରିଖରେ କେଲାପଡା ଘାଇକୁ ଗାଧୋଇବା ପାଇଁ ଯାଇଥିଲେ। ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏ ନେଇ ଥାନାରେ ଜଣାଇଥିଲେ। ଗତକାଲିଠାରୁ ପୁଲିସ ଓ ଅଗ୍ନିଶମ ବିଭାଗ ଘାଇରେ ଜଗି ରହି ଉଦ୍ଧାର କରିବାକୁ ଉଦ୍ୟମ ଚଳାଥିଲେ। ବହୁ ଉଦ୍ୟମ ପରେ ଆଜି ସକାଳେ ସପ୍ତେଶ୍ବରଙ୍କ ମୃତ ଦେହକୁ ଠାବ କରିବାରେ ପୁଲିସ ଓ ଅଗ୍ନିଶମ ବିଭାଗ ସଫଳ ହୋଇଥିଲା। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଗାଧୋଇବାକୁ ଯାଇ ନିଖୋଜ, ୩ ଦିନ ପରେ ମିଳିଲା ମୃତଦେହ
/sambad/media/post_attachments/wp-content/uploads/2020/12/dead_body_of_youth_found_on_national_highway_in_lakhimpur_kheri_1584257493.jpg)