କୁଷେଇ ଧାରା ଜଳପ୍ରପାତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ଝରିଗାଁ ଥାନା ଅନ୍ତର୍ଗତ କୁଷେଇ ଧାରା ଜଳପ୍ରପାତରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି କିଛି ଯୁବକ ବଣଭୋଜି ପାଇଁ ସେହି ସ୍ଥାନକୁ ଯାଇଥିବା ବେଳେ ସେଠାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହା ପରେ ଉକ୍ତ ଯୁବକମାନେ ଝରିଗାଁ ଥାନାକୁ ଖବର ଦେଇଥିଲେ।

ମୃତ ଯୁବକଙ୍କ ସଂପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲ। ଉକ୍ତ ଯୁବକର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ପୁଲିସ କହିଛି। ପ୍ରାୟ ୫ ଦିନ ପୂର୍ବେ ସେ ମୃତ୍ୟୁବରଣ କରିଥିବାର ଅନୁମାନ କରାଯାଉଛି। ଶବଟି ପଚି ଯାଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦେବବ୍ରତ୍ତ ଡାକୁଆ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଛେଦ କରିଥିଲେ।

ସମ୍ବନ୍ଧିତ ଖବର