ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ ଏନଏସିର ନିର୍ମାଣଧୀନ କୋଠା ଘରୁ ଠିକାଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଠିକାଦାରଙ୍କ ନାମ ଚିତ୍ତରଞ୍ଜନ ପ୍ରଧାନ। ତାଙ୍କ ଘର ସ୍ଥାନୀୟ ଡିହଗାଁରେ ବୋଲି ଜଣାପଡ଼ିଛି। ସେ ଅନ୍ୟ ଦୁଇ ଠିକାଦାର ଦିବ୍ୟସୁନ୍ଦର ସାହୁ ଓ ବାପି ସାହୁଙ୍କ ସହ ମିଶି ଏହି କୋଠା ନିର୍ମାଣ କରୁଥିଲେ। କୌଣସି କାରଣରୁ ବିବାଦ ପାଇଁ  ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ଚିତ୍ତରଞ୍ଜନଙ୍କ ଭାଇ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି। ଫଳରେ ରାଜରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଂଚିି ଲୋକଙ୍କୁ ବୁଝାସୁଝା କରୁଛି।