ହାତୀଛୁଆର ମୃତଦେହ ଉଦ୍ଧାର

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଡୁମେରଚୁଆଁ ଡ୍ୟାମ୍‌ରୁ ଶନିବାର ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀଛୁଆଟି ୭ ମାସ ବୟସର ଏବଂ କାଦୁଅରେ ଫଶି ଅନନିଃଶ୍ୱାସୀ ହୋଇ ସେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳିଆ, ଫରେଷ୍ଟର ବିନୋଦ ବିହାରୀ ଧାରୁଆ, କଣ୍ଟାବାଞ୍ଜି ପୁଲିସ ଏସ୍‌ଡିପିଓ ସରୋଜ ମହାପାତ୍ର, ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହ ଉଦ୍ଧାର କରିଥିଲେ।

ପ୍ରକାଶ ଯେ, ଗତ ୨୪ଦିନରୁ ଅଧିକ ହେଲା ତୁରେକେଲା ଅଂଚଳରେ ଏକ ହାତୀପଲ ଚଳପ୍ରଚଳ କରୁଛନ୍ତି। ଏଥିରେ ୩୦ଟି ହାତୀ ରହିଥିଲେ। ଏମାନେ ଅଞ୍ଚଳର ମହୁଲପାଟି, ଗଂଜାଗୁଡ଼ା, ବୁଡ଼ିବାହାଲ, ମାଲପାମୁଣ୍ଡା ଆଦି ଗାଁରେ ବ୍ୟାପକ କ୍ଷୟକ୍ଷତି କରିଥିଲେ। ବନ ବିଭାଗ ଏମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ଶୁକ୍ରବାର ରାତିରେ କଂଟାବାଞ୍ଜି ସହରରୁ ମାତ୍ର ୧ କିମି ଦୂର ଡୁମେରଚୁଆଁ ଗାଁକୁ ହାତୀପଲ ଆସିଥିଲେ। ଏମାନେ ପାଣି ପିଇବାକୁ ଡ୍ୟାମ୍‌କୁ ଯାଇଥିବା ସମୟରେ ହାତୀଛୁଆଟି ମରିଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର