ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ମୃତ ମାଈ ହାତୀ ଉଦ୍ଧାର

ବାରିପଦା: ଶିମିଳିପାଳ ଜାତୀୟ ଭିତରେ ଏକ ମୃତ ମାଈ ହାତୀର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ମୃତ ହାତୀର ବୟସ ୪୫ ବର୍ଷରୁ ଅଧିକ ହେବ ଏବଂ ନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭିତରେ ଥିବା ଜାତୀୟ ଉଦ୍ୟାନରେ ଆଜି ବନ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ମାଈ ହାତୀଟି ମରିପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହାପରେ ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ମୃତ ମାଈ ହାତୀର ଶବକୁ ବ୍ୟବଚ୍ଛେଦ କରାଯାଇଥିଲା । ଏହି ସମୟରେ ହାତୀଟିର କିଡ଼ନୀରେ ପୁଜ ଜମିଥିବାର ଜଣାପଡ଼ିଥିଲା ଓ ହାତୀଟି କିଡ଼ନୀ ଇନଫେକସନ କାରଣରୁ ମୃତ୍ୟୁ ହୋଇଥିବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଦକ୍ଷିଣ) ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେବା ସହ ବ୍ୟବଚ୍ଛେଦ ପରେ ଦାହ କରାଯାଇଥିଲା ବୋଲି ପ୍ରକାଶ କରିଛନ୍ତି । ତେବେ ମୃତ ୪୫ରୁ ଅଧିକ ବୟସର ମାଈ ହାତୀର କିଡ଼ନୀ ଇନଫେକସନ ହେବା ସନ୍ଦେହ ଘେରରେ ।

ସମ୍ବନ୍ଧିତ ଖବର