ଛତ୍ରପୁର: ମାଛ ଧରିବା ପାଇଁ ତାମ୍ପରା ହ୍ରଦକୁ ଯାଇଥିବା ଜଣେ ଧୀବରଙ୍କ ମୃତଦେହ ୨୪ ଘଣ୍ଟା ପରେ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ତରେଇପାଟପୁର ଗ୍ରାମରେ। ସେ ହେଲେ ଉକ୍ତ ଗ୍ରାମର ନବ ବେହେରାଙ୍କ ବଡ଼ ପୁଅ ଗୋପାଳ ବେହେରା (୨୮)। ଘଟଣାସ୍ଥଳରେ ଛତ୍ରପୁର ଥାନା ପୁଲିସ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁସାରେ ସୋମବାର ଗୋପାଳ ମାଛ ଧରିବା ପାଇଁ ଡ଼ଙ୍ଗା ନେଇ ଗ୍ରାମ ନିକଟ ତାମ୍ପରା ହ୍ରଦକୁ ଯାଇଥିଲେ। ମାତ୍ର ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିନଥିବାରୁ ପରିବାର ଲୋକ ସନ୍ଦେହରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଯାହା ଫଳରେ ଗ୍ରାମବାସୀ ଆଉ ଓ ପରିବାରବର୍ଗ ଡ଼ଙ୍ଗା ସାହାଯ୍ୟରେ ତାମ୍ପରା ହ୍ରଦ ଭିତରେ ଖୋଜା ଖୋଜି କରିଥିଲେ। ହେଲେ ମଧ୍ୟ ଗୋପାଳଙ୍କ କୌଣସି ସନ୍ଧାନ ମିଳିନଥିଲା। ପରେ ପରିବାରବର୍ଗ ଏସଂପର୍କରେ ଛତ୍ରପୁର ଥାନାରେ ଏକ ଲିଖିତ ଭାବେ ଜଣାଇଥିଲେ।
ଘଟଣାର ଖବର ପାଇ ମଙ୍ଗଳବାର ଛତ୍ରପୁର ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ତାମ୍ପରା ହ୍ରଦରେ ଫାୟାର ବୋଟ୍ ଦ୍ୱାରା ଗୋପାଳଙ୍କୁ ପ୍ରାୟ ଦିନ ତମାମ୍ ଖୋଜାଖୋଜି କରିଥିଲେ ସୁଦ୍ଧା ଗୋପାଳଙ୍କର କୌଣସି ଖୋଜ୍ ଖବର ପାଇନଥିଲେ। ଏହା ସହ ଗ୍ରାମବାସୀମାନେ ଡ଼ଙ୍ଗାରେ ବୁଲି ତାମ୍ପରା ହ୍ରଦରେ ଖୋଖୋଜି କରିଥିଲେ ମଧ୍ୟ କୌଣସି ପତା ମିଳିନଥିଲା।
ଗୋପାଳଙ୍କ ପରିବାର ଏନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗୋପଳଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ କହିବା ଅନୁସାରେ ଗତକାଲି ଗୋପାଳ ଗୋପାଳପୁର ପୋର୍ଟରେ ଟ୍ରାକ୍ କ୍ଲିନିଙ୍ଗ୍ ୱାର୍କର ଭାବେ ଏ- ସିଫ୍ଟ ଡ୍ୟୁଟି ସାରି ଘରକୁ ଦିନ ୨.୩୦ରେ ଆସିଥିବା ବେଳେ ପୁଣି ଖାଇ ପିଇ ସେ ମାଛ ମାରିବା ନିମନ୍ତେ ଘରୁ ୩.୩୦ରୁ ବାହାରି ତାମ୍ପରା ହ୍ରଦକୁ ଯାଇଥିଲେ। ତେଣୁ ତାଙ୍କୁ ଏପର୍ଯ୍ୟନ୍ତ ଆମେ ଅନାଇ ବସିଛୁ ।
ଗୋପାଳଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିବା ଜଣାପଡ଼ିଛି। ଆଜି ଏହି ଉଦ୍ଧାର କାର୍ଯ୍ୟରେ ଛତ୍ରପୁର ଫାୟାର୍ ବିଭାଗର ଫାୟାର୍ ଅଫିସର ବିଶ୍ୱନାଥ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ଆଗ୍ନିକ ମୁକ୍ତିକାନ୍ତ ଜେନା, ଦିପ୍ତିରଞ୍ଜନ ସ୍ୱାଇଁ, ଚନ୍ଦ୍ରଶେଖର ସାମନ୍ତରା, ଦୀପକ କୁମାର ସାହୁ, ଶେଖ୍ ବାସୁରୁଦ୍ଧିନ୍, ଦୀପକ କୁମାର ମଲ୍ଲିକ ପ୍ରମୁଖ ଫାୟାର୍ ବୋଟ୍ ଦ୍ୱାରା ଗୋପାଳଙ୍କୁ ତାମ୍ପରା ହ୍ରଦୟ ପ୍ରାୟ ଦିନ ତମାମ୍ ଖୋଜିବାରେ ଚେଷ୍ଟା କରିଥିଲେ। ଘଟଣାର ଖବର ପାଇ କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡି, ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ୍ ୱାର୍କସ୍ ୟୁନିଅନ୍ର କୋଷାଧ୍ୟକ୍ଷ ରାମେଶ୍ୱର ନାୟକ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ।