ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର 

ଜୟପୁର: ଜୟପୁର ସହରରେ ଥିବା ଜଗନ୍ନାଥ ସାଗରରୁ ଆଜି ଏକ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଜୟନଗର ଅଞ୍ଚଳର ଗାଦବା ସାହିର ସୁନାଧର ନାୟକଙ୍କ ଝିଅ ଶିବାନୀ ନାୟକ (୧୫)। ମୃତ ଶରୀରକୁ ଜୟପୁର ଟାଉନ ପୁଲିସ ଜବତ କରିଥିବା ବେଳେ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

 ପୁଲିସ କହିବାନୁଯାୟୀ, ଗତକାଲି ସନ୍ଧ୍ୟାରୁ ଶିବାନୀ କେଉଁ ଆଡେ ଚାଲିଯାଇଥିଲେ। ପରିବାରବର୍ଗ ଝିଅକୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇପାରିନଥିଲେ। ଆଜି ସକାଳୁ ଜଗନ୍ନାଥ ସାଗରକୁ ଲୋକ‌େ ଗାଧୋଇବାକୁ ଯାଇଥିବା ବ‌େଳେ ଗୋଟିଏ ମୃତ ଦେହ ଭାସୁଥିବା ଦେଖିଥିଲେ। ଏନେଇ ଟାଉନ ଥାନାରେ ଖବର ଦେଇଥ‌ିଲେ, ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ମୃତକଙ୍କ ପରିଚୟ ମିଳିଥିବା ବେଳେ ପରିବାରବର୍ଗ ଥାନାରେ ଅଭିଯୋଗ ଦେଇଥିଲେ। ଏନେଇ ଅପମୃତ୍ୟୁ ମାମାଲା ରୁଜୁ କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟ‌ବଚ୍ଛେଦ କରି ମୃତ ଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ନାବାଳିକା ଆତ୍ମହତ୍ୟା କିମ୍ବା ହତ୍ୟା ଏନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ। ପ୍ରାଥମିକ ତଦନ୍ତ ଚାଲିଥିବା ବ‌େଳେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ ବ‌ୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର