ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ସୂଚନା ଅନୁଯାୟୀ ତିରିଂ ଥାନା ଅନ୍ତର୍ଗତ ବଡ଼ପଳସା ଗ୍ରାମର ଚନ୍ଦନ ସାହୁଙ୍କ ସ୍ତ୍ରୀ ତୁଳସୀ (୩୫) ଆଜି ଅପରାହ୍ନରେ ପରିବାରର ସମସ୍ତଙ୍କୁ ଖାଇବାକୁ ଦେଇ ଶୋଇବା ଘର ଭିତରପଟୁ କବାଟ ବନ୍ଦ କରିଦେଇଥିଲେ। ତେବେ କିଛି ଘଣ୍ଟା ପରେ ସେ କବାଟ ନ ଖୋଲିବାରୁ ସନ୍ଦେହ କରି କବାଟ ଭାଙ୍ଗି ଘର ଭିତରେ ଥିବା ଏକ ଉରାରେ ଓଢଣୀ ସାହାଯ୍ୟରେ ଫାଶୀ ଲଗାଇଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ତିରିଂ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି। ତେବେ ବାପଘର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର