ରାଇରଙ୍ଗପୁର: ଏକ ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ। ବହଳଦା-ଝରାଡ଼ିହି ମୁଖ୍ୟ ରାସ୍ତା କଡ କାଙ୍କି ଗ୍ରାମ ନିକଟ ଏକ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ପୁଲିସଙ୍କୁ ଖବର ଦେଇଥିଲେ। ଖବର ପାଇ ବହଳଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇବା ପରେ ପରିଚୟ ସ୍ପଷ୍ଟ ହୋଇଥିଲା। ମୃତ ପ୍ରେମୀ ଯୁଗଳ ବହଳଦା ଥାନା କାଙ୍କି ଗ୍ରାମର ମନମୋହନ ଟୁଡୁ ଓ ଜଣେ ନାବାଳିକା ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ ଏକ ମାସ ପୂର୍ବରୁ ସେମାନେ ଘରୁ ପଳାୟନ କରି ପ୍ରେମ ବିବାହ କରିଥିଲେ । ତେବେ ତିନିଦିନ ପୂର୍ବରୁ ସେମାନେ ଘରକୁ ଫେରିଥିବା ବେଳେ ନିଜ ନିଜ ଘରକୁ ଯାଇଥିଲେ। ଗତକାଲି ଅପରାହ୍ନରୁ ଦୁହେଁ ଘରୁ ବାହାରି ଯାଇଥିବା ବେଳେ ଆଜି ସେମାନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ସେପଟେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ହାତ ବନ୍ଧା ହୋଇଥିବା ଯୋଗୁଁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/a727edb6-8200-4893-a754-6fb35bb92d4d.jpg)