ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଂଚାୟତ ବେଲା ପାଙ୍ଗା ଗ୍ରାମରେ ଆଜି ସକାଳୁ ଜଣେ ବିବାହିତ ମହିଳାଙ୍କ ମୃତଦେହ କୂଅ ଭିତରେ ପଡ଼ିଥିବା ଦେଖି ଗ୍ରାମବାସୀ ରାଇକିଆ ପୁଲିସ ଥାନାକୁ ସୂଚନା ଦେଇଥିଲେ । ରାଇକିଆ ଦମକଳ ବାହିନୀ ସହାୟତାରେ ମହିଳାଙ୍କୁ ଉଦ୍ଧାର ପରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Advertisment

ସୂଚନା ଅନୁସାରେ ବେଲପଙ୍ଗା ଗ୍ରାମର ଜଉରା ପ୍ରଧାନ( ୨୩), ଗରିଡିଙ୍ଗିଆ ଗ୍ରାମର ସ୍ନେହଲତା ପ୍ରଧାନ (୨୨)ଙ୍କୁ  ୭ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ । ମଝିରେ ମଝିରେ ଝିଅ ଓ ଜ୍ୱାଇଁଙ୍କ ମଧରେ ଛୁଆ ପିଲା ପାଇଁ ପାଟିତୁଣ୍ଡ ହେଉଥିଲା । ଜ୍ୱାଇଁ-ଝିଅଙ୍କ ମାଡ଼ଗୋଳ ପରେ ଝିଅ ବାପାଙ୍କ ଘରକୁ ଯାଏ । ଆପୋଷ ବୁଝାମଣା ପାରେ ଝିଅ ସ୍ୱାମୀଙ୍କ ପାଖକୁ ଆସେ ।

ବିବାହ ସମୟରେ ଝିଅ ଘର ପୁଅକୁ ଏକ ବାଇକ୍ ଓ ନଗଦ ୩ ଲକ୍ଷ ଟଙ୍କା ଘର ତିଆରି କରିବାକୁ ଦେଇଥିଲେ । କିନ୍ତୁ ବିବାହର ବହୁ ଦିନ ପରେ ପିଲା ପିଲି ନ ହେବାରୁ ଆରମ୍ଭ ହେଲା ନିର୍ଯାତନା । ଝିଅର ବାପା ବାମଦେବଙ୍କ ଅଭିଯୋଗ କରିଛନ୍ତି ଯେ, ପୁଅ ଅନ୍ୟ କୌଣସି ଝିଅ ସହିତ ଅନ୍ୟତିକ ସମ୍ପର୍କ ଅଛି । ଏନେଇ ସେ ନେଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ଶ୍ରୀକାନ୍ତ ଖମାରି ଘଟଣାର ଅଧିକ ତଦନ୍ତ କରୁଥିବା କହିଛନ୍ତି ।