ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ଓ ମାୟାବର୍ହା ଗ୍ରାମ ମଧ୍ୟରେ ଥିବା ଏକ ଆଟଦର ଜମିରୁ ନୀଳାବତୀ ସାହୁ (୪୨ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ସକାଳୁ ୨୨୦୦ ଟଙ୍କା ନେଇ ଧୁବଲପଡ଼ା ଗାଁର ନୀଳାବତୀ ବୁର୍ଡାପାଲି ବଜାରକୁ ଯାଇଥିଲେ। ବଜାରରୁ ଆସିବା ପରେ ତାଙ୍କ ସ୍ବାମୀ ଅଭିମନ୍ୟୁ ସାହୁଙ୍କ ସହିତ ଝଗଡ଼ା ହୋଇଥିଲା। ଏହା ପରେ ନୀଳାବତୀ ରାତି ୮ଟାରେ ଘରୁ ବାହାରି କୁଆନେ ଚାଲି ଯାଇଥିଲେ। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ସ୍ବାମୀ ଅଭିମନ୍ୟୁ ପାଟଣାଗଡ଼ ଥାନାରେ ତାଙ୍କ ପତ୍ନୀ ନିଖୋଜ ଥିବା ସଂପର୍କରେ ଅଭିଯୋଗ କରିଥିଲେ। ମଧ୍ୟାହ୍ନରେ ମାୟାବର୍ହା ଗାଁ ନିକଟରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ନେଇ ସଂପୃକ୍ତ ଅଞ୍ଚଳର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିମନ୍ୟୁଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଭିମନ୍ୟୁ ଶବ ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର