ରାଇରଙ୍ଗପୁର/ବହଳଦା: ସ୍ତ୍ରୀଙ୍କ ସହିତ ଝଗଡ଼ା ହେବାରୁ ଦୁଇ ଦିନ ଧରି ନିଖୋଜ ଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ବାଉରୀ ମାଝୀ (୩୩)।
Advertisment
ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେଗା ଗ୍ରାମ ଘାଗରାସାହିର ସର୍ଗତଃ ମଧୁ ମାଝୀଙ୍କ ପୁଅ ବାଉରୀ ମାଝୀ ଓ ତାଙ୍କ ସ୍ତ୍ରୀ ସାର ମାଝୀଙ୍କ ମଧ୍ୟରେ ଦୁଇ ଦିନ ପୂର୍ବରୁ ଝଗଡ଼ା ହୋଇଥଲା। ଝଗଡ଼ା ପରେ ସେ ଘରୁ କୁଆଡେ ପଳାଇଥିଲେ। ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ପାଇନଥିଲେ।
ତେବେ ଶୁକ୍ରବାର ସକାଳୁ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଏକ ଦୁଙ୍ଗୁରିରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା। ବହଳଦା ପୁଲିସ ଘଟଣସ୍ଥଳକୁ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏନେଇ ବହଳଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।