ନିଖୋଜ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପଞ୍ଚାୟତର ଏମଭି-୯୭ ଗ୍ରାମରେ ଗତ ତିନି ମାସ ତଳେ ନିଖୋଜ ହୋଇଥିବା ଯୁବକର ମୃତଦେହ ଆଜି ନିକଟସ୍ଥ ଏକ ପାହାଡ ଉପରେ ରହିଥିବା ଗଛରେ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏମଭି-୯୭ ଗ୍ରାମର ଖୋକନ ମଣ୍ଡଳଙ୍କ ପୁଅ ଶୈଳନ ମଣ୍ଡଳ(୨୧) ଗତ ତିନି ମାସ ତଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଂକର ପତ୍ତା ମିଳିନଥିଲା।

ତେବେ ଗ୍ରାମ ନିକଟରେ ରହିଥିବା ଏକ ବିରାଟ ପାହାଡ ଉପରେ ରହିଥିବା ନିର୍ଜନସ୍ଥାନରେ ଏକ ବିରାଟ ଗଛରେ ଶୈଳନର ଝଲନ୍ତା ଶବକୁ ଉଦ୍ଧାର କରାଯାଇଥିଲା।ତେବେ ଶୈଳନ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି ତାହା ଜଣାପଡିନଥିବା ବେଳେ ପରିବାରର ଲୋକେ କିନ୍ତୁ ଶୈଳନକୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ହେଲା ଏଭଳି ଝଲନ୍ତା ଅବସ୍ଥାରେ ଶୈଳନର ଶବ ରହିଥିବାରୁ ଦେହର ମାଂସଗୁଡିକ ଖସିଯାଇଥିବା ଦେଖିବାକୁ ମିଳିଛି। କେବଳ ପୋଷାକ ହିଁ ଝୁଲୁଥିବା ଦେଖିବାକୁ ମିଳିଛି। ଖବର ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶୈଳନକୁ ହତ୍ୟା କରାଯାଇଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର