ନିଖୋଜ ଯୁବକଙ୍କ ମୃତଦେହ ୪ ଦିନ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଗିରିଜାଟୋଲି ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ଆଶିଷ କିର୍ତ୍ତି (୩୦) । ତାଙ୍କର ଘର ଗିରିଜାଟୋଲି ବୋଲି ପୁଲିସ କହିଛି । ସେ ଗତ ବୁଧବାର ଦିନ ଠାରୁ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ।

ସୂଚନା ଅନୁସାରେ ନିଖୋଜ ଆଶିଷଙ୍କ ମୃତଦେହ କୂଅରେ ଭାସୁଥିବା ଆଜି ଗାଁର କିଛି ଲୋକ ଦେଖିଥିଲେ । ସେମାନେ ଏବାବଦରେ ପୁଲିସକୁ ସୂଚନା ଦେଇଥିଲେ । ପରେ ଘଟଣା ସ୍ଥଳରେ ପୁଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ଥିଲେ । ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଏହାକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏଥି ସହ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଆଶିଷଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର