ବ୍ରହ୍ମବରଦା: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଫାଣ୍ତି ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ଜୟସୁଙ୍ଗୁଡ଼ା ଗ୍ରାମର ଆଖୁଆ ନାଳରୁ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ କେତେଜଣ ଚାଷୀ ବିଲକୁ ଯାଇଥିଲେ। ସେମାନେ ଶିଶୁର ମୃତଦେହ ନାଳରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଯୁବକମାନେ ମୃତଦେହ ଉପରକୁ ଉଠାଇଥିଲେ। ଖବରପାଇ ବ୍ରହ୍ମବରଦା ପୁଲିସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ନିରଂଜନ କର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିହିରି କୁମାର ଜେନା, ଅବହେଳିତ ଦାସ, ବିଜୟ ଜେନା, ସ୍ଥାନୀୟ ଦୁଇ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ସ୍ବାଗତିକା ଜେନା, ସବିତା ଜେନା ପହଞ୍ଚିଥିଲେ। ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।
ଏ ସମ୍ପର୍କରେ ବ୍ରହ୍ମବରଦା ଫାଣ୍ତିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଏ ଘଟଣାରେ ଶିଶୁ ପ୍ରକଳ୍ପ ଅଧିକାରୀ ମୀନାକ୍ଷୀ ଦାସ, ଅଙ୍ଗନବାଡ଼ି କର୍ମୀ ଓ ଆଶାଙ୍କୁ କୈଫିୟତ ମାଗିବା ସହ ପଞ୍ଚାୟତସ୍ତରୀୟ ବୈଠକ କରି ଏଭଳି ଘଟଣା ଆଗକୁ ଯେପରି ନଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Dead-Body-380x214-1.jpg)