ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାମୁ ନାଳିଆ ଗ୍ରାମ ନିକଟ ଏକ ଜଙ୍ଗଲରେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଶନିବାର ଉଦ୍ଧାର ହୋଇଛି। ଆଜି ସକାଳୁ ଲୋକେ ଜଙ୍ଗଲକୁ ଯାଇଥିବା ସମୟରେ ଜଙ୍ଗଲରେ ବୃଦ୍ଧଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ବୃଦ୍ଧ ଜଣକ ହେଉଛନ୍ତି ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ମହାକୁଡ଼(୮୦)। କୌଣସି କାରଣରୁ ମାନସିକ ଭାରସମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ କରି ଏକ ଅପମୃତ୍ୟ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର