ମାଲକାନଗିର: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୫ ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ଜଣେ ଅଚିହ୍ନ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ କିଛି ଲୋକ ସକାଳୁ ଜମିକୁ କାମରେ ଯାଇଥିବା ବେଳେ ଜମିରେ ଭର୍ତ୍ତି ପାଣିରେ ଜଣେ ଯୁବକର ମୃତଦେହ ଭାସୁଥିବା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ମାଲକାନଗିରି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିବା ପରେ ଅଗ୍ନିଶମବାହିନୀର କର୍ମଚାରୀ ଆସି ମୃତଦେହ ବାହାରକୁ କାଢ଼ିବା ସହ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ନିଆଯାଇଥିଲା। ତେବେ ମୃତ ଯୁବକର ବେକରେ କଟା ଦାଗ ରହିଥିବା ଜଣାପଡିଛି। ଯୁବକର ପରିଚୟ ମିଳିପାରିନଥିବା ବେଳେ ତାକୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଆଲୋଚନା କରାଯାଉଛି। ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜାଣିହେଉନଥିବା ବେଳେ ପୁଲିସର ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)