ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ପ୍ରେମୀଯୁଗଳ ହେଲେ ଶିବାଲ ଡିଲେଶ୍ବରୀ (୨୧) ଏବଂ ଟାଲୁରୁ ଶ୍ରୀନୁ (୨୮)। ଉଭୟେ ଉକ୍ତ ଥାନା ଅଧୀନ କାଣ୍ଟ୍ରାଗଡ଼ା ପଞ୍ଚାୟତର ଆରିବା ଗ୍ରାମର। ଉଭୟଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏକ ଘରୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଡିଲେଶ୍ବରୀ ଓ ଶ୍ରୀନୁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ଝିଅ ଘର ଲୋକେ ଡିଲେଶ୍ବରୀର ବିବାହ କରିବା ପାଇଁ ଯୋଜନା କରିବା ଯୋଗୁଁ ଦୁଇଜଣ ମିଶି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/2b24a7bf-c1a4-48d1-9a13-33c862b8be31.jpg)