ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ: ଆଜି ଏକ ପୋଖରୀ ମଧ୍ୟରୁ ଜଣେ ମହିଳାଙ୍କ ମୃତହେଦ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ତାଙ୍କୁ ହତ୍ୟା କରାଯାଇ ପୋଖରୀରେ କେହି ଦୁର୍ବୃତ୍ତ ପକାଇ ଦେଇଥିବା ସଂଦେହ କରାଯାଉଛି। ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଦକ୍ଷିଣସାହି ଗ୍ରାମର ବିଜୟ ମଲ୍ଲିକଙ୍କ ଘର ପଛପଟେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଶବଟି ଭାସୁଥିବାର ଦେଖି ଲୋକେ ସଙ୍ଗେସଙ୍ଗେ ଭଦ୍ରକ ଗ୍ରାମାଂଚଳ ପୁଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ପୁଲିସ ସହ ଅଗ୍ନିଶମ ବାହିନୀ ପହଂଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରା ଯାଇଥିଲା।

ମୃତଦେହଟି ଜଣେ ମହିଳାଙ୍କର ହୋଇଥିବା ବେଳେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି। ମୃତ ମହିଳା ଜଣକ କିଏ ଓ ତାଙ୍କ ମୃତ୍ୟୁ କେମିତି ହେଲା, ଏଭଳି ଗାଁ ଭିତରେ ଥିବା ପୋଖରୀ ମଧ୍ୟକୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଶରୀର କିପରି ଆସିଲା, ତାହା ଏବେ ସନ୍ଦେହ ଘେରରେ ଥିବାବେଳେ କେହି ଦୃବୁର୍ତ୍ତ ମାରି ପୋଖରୀକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର