ବିନିକା: ଗଛରେ ମହିଳାଙ୍କର ଗଳିତ ଶବ ଝୁଲୁଛି। ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ବୁଲୁଣ୍ଡା-ସଉଲପୁର ମୌଜାର ଏକ ନାଳ ନିକଟରେ ରବିବାର ସ୍ପଷ୍ଟ କରାଯାଇଛି। ମହିଳା ଜଣକ ନିଖୋଜ ହେବାର ୧୭ ଦିନ ପରେ ପୁଲିସ ମହଳାଙ୍କର ସନ୍ଧାନ ପାଇଛି। ମାତ୍ର ଆଜି ମହିଳାଙ୍କର ଗଳିତ ଶବକୁ ଉଦ୍ଧାର କରାଯାଇ ନାହିଁ। ସୂଚନା ଅନୁସାରେ ସେମବାର ଚେର କର୍ଣ୍ଣ (୪୦) ଙ୍କର ଗଳିତ ଶବ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯିବ।

Advertisment

ମହିଳାଙ୍କର ଶବ ସ୍ପଷ୍ଟ ହେବା ପରେ ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ନିଖୋଜ ହେବାର ଦିନକ ପରେ ଅର୍ଥାତ ଜୁଲାଇ ୬ରେ ଥାନାରେ ମହିଳାଙ୍କର ସ୍ୱାମୀ ତ୍ରିନାଥ କର୍ଣ୍ଣ ଅଭିଯୋଗ ଆଣିଥିଲେ। ମାତ୍ର ପୁଲିସ ତଦନ୍ତରେ ସକ୍ରିୟ ଦେଖାଯାଇ ନଥିଲା। ମହିଳାଙ୍କୁ କିଏ ଅପହରଣ କରିଥିଲେ, ସେ ନେଇ ଥାନାରେ ସ୍ୱାମୀ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଡାକି ପରେ ଛାଡ଼ି ଦେଇଥିଲା।