ରାଇରଙ୍ଗପୁର/ବହଳଦା: ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅର୍ନ୍ତଗତ ଝାଡଗାଁ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅଭିଯୋଗ ଅନୁଯାୟୀ ଝାଡଗାଁ ଗ୍ରାମର ଅଶୋକ ସାମନ୍ତରାୟଙ୍କ ପୁଅ ଜିତେନ ସାମନ୍ତରାୟ(୩୦) ବୁଧବାର ରାତିରେ ଖାଇପିଇ ଶୋଇଥିଲେ। ତେବେ ସକାଳୁ କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ଦେଖିବା ପରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇ ବହଳଦା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳକୁ ପୁଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ପଠାଇଛି । ଏନେଇ ବହଳଦା ପୋଲିସ୍ କେସ୍ ନଂ ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp