ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଠାରୁ ପ୍ରାୟ ୮ କିମି ଦୂର ହଳଦିଆ ମହାବିଦ୍ୟାଳୟ ନିକଟ ଆମ୍ବ ବଗିଚା ମଧ୍ୟରୁ ଏକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି ।
ସୂଚନାନୁସାରେ, ଆଜି ସକାଳେ ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏକ ମୃତ ଦେହ ମହାବିଦ୍ୟାଳୟ ନିକଟ ଆମ୍ବ ବଗିଚାର ଏକ ଆମ୍ବଗଛରେ ଛୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିଥିଲା । ଅନୁସନ୍ଧାନରେ ମୃତ ଯୁବକଙ୍କ ନାମ ଶିବ ପ୍ରସାଦ ସାହୁ ଓ ତାଙ୍କ ଘର ହଳଦିଆ ନିକଟ ବ୍ରାହ୍ମଣବେରଣା । ସେ ଗତକାଲି ଅପରାହ୍ଣ ୨ଟାରୁ ଘରୁ ବାହାରି ଆସିଥିଲେ, କିନ୍ତୁ ରାତିରେ ନଫେରିବାରୁ ପରିବାର ସଦସ୍ୟ ଓ ସାଙ୍ଗସାଥୀ ତାଙ୍କୁ ଖୋଜାଖୋଜି କରୁଥିଲେ । ଏହି ସମୟରେ ଝୁଲନ୍ତା ମୃତଦେହର ଖବର ପାଇ ପରିବାର ଲୋକ ସେଠାରେ ପହଂଚି ଶିବଙ୍କୁ ଚିହ୍ନଟ କରିଥିଲେ ।

ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ କରି ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ପ୍ରାଥମିକ ଅନୁସନ୍ଧାନରେ ଶିବ କୌଣସି କାରଣରୁ ମାନସିକ ଚାପରେ ଥିବାରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୁଲିସ ସନେ୍ଦହ କରୁଛି । ତେବେ ଏନେଇ ଅନୁସନ୍ଧାନ ଜାରି ରହିଛି ବୋଲି ଥାନା ସୂତ୍ରରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର