ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହଟିଆନାଳୀ ଗ୍ରାମ ବିଲ ମଧ୍ୟରେ ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ମନନ୍ତ ବେହେରା(୩୦)। ଜରପଡା ଥାନା ଜଙ୍ଗଲ ଜମୁଣ୍ଡା ଗ୍ରାମର ମନନ୍ତ ୪ ବର୍ଷ ପୂର୍ବରୁ ଛେଣ୍ଡିପଦା ଥାନା ବାଲିପଟ୍ଟା ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ପ୍ରମୋଦ ମାଝୀଙ୍କ ଝିଅକୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଶଶୁର ଘର ଗାଁରେ ଭିଣେଇ ଘର।
ମନନ୍ତ ଗତ ଶୁକ୍ରବାର ଦିନ ଭଣଜା ବାହାଘରକୁ ଆସିଥିଲେ। ସନ୍ଧ୍ୟା ସମୟରୁ ମନନ୍ତ ନିଖୋଜ ଥିଲେ। ଆଜି ଅପରାହ୍ନରେ ହଟିଆନାଳୀ ବିଲ ମଧ୍ୟରେ ଥିବା କୂଅରେ ମନନ୍ତଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କୂଅରୁ ମୃତଦେହ ଜବତ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/2b24a7bf-c1a4-48d1-9a13-33c862b8be31.jpg)