ନିଖୋଜ ମୁକ ବଧିର ଆଦିବାସୀ ଯୁବକଙ୍କ ମୃତଦେହ ୨୦ ଦିନ ପରେ ଜଙ୍ଗଲରୁ ଉଦ୍ଧାର

ବଣୁଆ ହାତୀ ମାରିଥିବା ସନ୍ଦେହ କଲା ପୁଲିସ

ପାଳଲହଡ଼ା: ଅନୁଗୁଳ ଜିଲ୍ଳା ପାଳଲହଡ଼ା ଥାନା ଅନ୍ତର୍ଗତ‌ ବାଲିପଶି ପଞ୍ଚାୟତର ଜୟପୁର ଗ୍ରାମର ଜଣେ ମୁକ ବଧିର ଆଦିବାସୀ ଯୁବକ ସିନ୍ଧୁ ଶୁଣ୍ଢି(୩୨)ର ମୃତଦେହ ଉଦ୍ଧାର ହୋଇଛି। ସେ ପାଖାପାଖି ୨୦ ଦିନ ହେଲା ନିଖୋଜ ଥିଲେ। ନିଖୋଜ ହେବା ପରେ ତାଙ୍କର କୌଣସି ପତ୍ତା ମିଳି ନଥିଲା। ପରିବାର ଲୋକ ଖୋଜା ଖୋଜି ପରେ ମଧ୍ୟ ତାଙ୍କର ଖବର ପାଇ ନଥିଲେ। ଆଜି ଗାଁ ନିକଟସ୍ତ ଦଣ୍ଡା ହୁଡ଼ି ଜଙ୍ଗଲ ପାହାଡରେ ସିନ୍ଧୁଙ୍କ ଗଳିତ ଶବ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ ଆଜି ଗାଁ ଲୋକେ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସିନ୍ଧୁଙ୍କ ମୃତଦେହ ଠାବ କରିଥିଲେ। ସେମାନଙ୍କ ଠାରୁ ଖବର ମିଳିବା ପରେ ଭାଇ ଭିକାରୀ ଶୁଣ୍ଢି ଶବ ପଡ଼ିଥିବା ଜାଗାକୁ ସିନ୍ଧୁଙ୍କ ମୃତଦେହ ଠାବ ଚିହ୍ନଟ କରିଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ। ପାଲଲହଡ଼ା ଥାନା ଏସାଇ ରାଜକିଶୋର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳକୁ ପହଂଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିଲେ।

ସୂଚନାଯୋଗ୍ୟ ଦୀର୍ଘ ଦିନ ଧରି ଜୟପୁର ଜଙ୍ଗଲରେ ବଣୁଆ ହାତୀପଲଙ୍କ ଉତ୍ପାତ ଲାଗି ରହିଥିଲା। ଏକ ବଣୁଆ ଦନ୍ତା ହାତୀ ମଧ୍ୟ ଏହି ଅଞ୍ଚଳରେ ଆତଙ୍କ ଖେଳାଇ ଥିଲା। ବଣୁଆ ହାତୀ ଆକ୍ରମଣରେ ସିନ୍ଧୁଙ୍କ ମୃତ୍ୟୁ ହେଇଥାଇ ପରେ ବୋଲି ପୁଲିସ ସନ୍ଦେହ କରୁଛି। ସେ ଜଣେ ମୁକ ବଧିର ଯୁବକ ଥିଲା ବୋଲି ପୁଲିସ କହିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ।

ସମ୍ବନ୍ଧିତ ଖବର