ଟ୍ରେନ୍‌ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଚୂନଭାଟି ପ୍ଲଟ୍‌ ନିକଟରୁ ଆଜି ଜଣେ ଅଜଣା ଯୁବକଙ୍କ ମୃତଦେହ ରେଳଧାରଣାରୁ ଉଦ୍ଧାର କରାଯାଇଛି। ରେଳବାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ୨୮/୨୧‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଜି ଅପରାହ୍ଣରେ ଅପ ଲାଇନ୍‌ରେ ଏହି ମୃତଦେହକୁ ଦେଖି ଲୋକମାନେ ରେଳବାଇ ପୁଲିସକୁ ଖବର ଦେଇଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତଯୁବକଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର