ମାଲକାନଗିରି: ଦିବାଲୋକରେ ମହିଳାଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଟଙ୍କା-ସୁନା ନେଇ ଚମ୍ପଟ୍‌

ମାଲକାନଗିରି: କାଲିମେଳା ବ୍ଲକ ଏମ୍‌ଭି-୭୯ରେ ବୁଧବାର ଜଣେ ମହିଳାଙ୍କୁ ଅତି ନିର୍ଦୟ ଭାବରେ ଗଳା କାଟି ହତ୍ୟା କରାଯାଇଛି। ଏହି ଲୋମହର୍ଷଣକାରୀ ଘଟଣା ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ଏମ୍‌ଭି-୭୯ରେ ବସବାସ କରୁଥିବା ଚିନାମ କରାମି ନାମକ ମହିଳାଙ୍କ ଜୀବନ ଯାଇଛି। ସୂଚନା ଅନୁସାରେ ମହିଳା ଜଣକ ଘରେ ଏକା ଥିବା ବେଳେ କେହି ଦୁର୍ବୁତ୍ତ ଘରେ ପଶି ତାଙ୍କୁ ଗଳା କାଟି ହତ୍ୟା କରିଥିବା ସହ ଘରେ ଥିବା ସୁନା ଓ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି।

ଚିନାମଙ୍କ ସ୍ୱାମୀ ଆନ୍ଧ୍ରପ୍ରଦେଶରେ ଶ୍ରମିକ ଭାବେ କାମ କରୁଥିଲେ। ସେଥି ପାଇଁ ଚିନାମ ନିଜ ଭଉଣୀଙ୍କ ସହ ଏମ୍‌ଭି-୭୯ରେ ରହୁଥିଲେ। ଆଜି ତାଙ୍କ ଭଉଣୀ ବଜାରକୁ ଯାଇଥିବା ବେଳେ ଏଭଳି କାଣ୍ଡ ହୋଇଛି। ଭଉଣୀ ବଜାରକୁ ଯିବା ପରେ ଦୁର୍ବୃତ୍ତମାନେ ସୁଯୋଗ ଦେଖି ଘର ଭିତରକୁ ପ୍ରବେଶ କରିଥିଲେ। ଖବର ପାଇ ଏମ୍‌ଭି-୭୯ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର