କାଳୀ ମନ୍ଦିର ପୂଜକଙ୍କ ମୃତଦେହ କୂଅରୁ ଉଦ୍ଧାର, ହତ୍ୟା ନା ନରବଳି ନାଁ ଆଉକିଛି !

ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ମୂଖ୍ୟ ପୂଜକଙ୍କ ନାଁରେ ମାମଲା ରୁଜୁ

କଣ୍ଟାବାଞ୍ଜି: ସ୍ଥାନୀୟ ଅଞ୍ଚଳର କାଳୀ ମନ୍ଦିରରେ ପୂଜା କରୁଥିବା ଜଣେ ପୂଜକଙ୍କ ମୃତଦେହ ବୁଧବାର ଅପରାହ୍ଣରେ କୂଅରୁ ଉଦ୍ଧାର ହୋଇଛି। ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଥାନା ଖଗସ ପଂଚାୟତ ସାଲେପଡାସ୍ଥିତ କାଳୀ ମନ୍ଦିର ନିକଟସ୍ଥ ଏକ କୂଅରୁ ମନ୍ଦିର ମୁଖ୍ୟ ପୂଜକଙ୍କ ଚେଲାଙ୍କ ମୃତଦେହ ଉଦ୍ଧାର ହୋଇଛି। କଂଟାବାଞ୍ଜି ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ କୂଅରେ ମୃତଦେହ ପଡ଼ିଥିବା ଖବର ପାଇଁ ସ୍ଥାନୀୟ ଦମକଳ କେନ୍ଦ୍ର କର୍ମଚାରୀଙ୍କ ସହଯୋଗରେ ପୁଲିସ କୁଅ ଭିତରୁ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ କମେଇମୁଣ୍ଡା ପଂଚାୟତ ମାନ୍ଦଲା ଗାଁର ଭୁଜବଲ ପରାଭୋଇ (୫୪)। ତେବେ ପରିବାର ଲୋକ ଏହା ହତ୍ୟା ବୋଲି ଅଭିଯୋଗ ଆଣିଥିବା ବେଳେ ମୁଖ୍ୟ ପୂଜକ ଚୌବନ କିଶୋର ମାଝୀଙ୍କ ନାଁରେ କଂଟାବାଞ୍ଜି ଥାନାରେ ଏତଲା ଦେଇଥିବା ଜଣାଯାଇଛି।

ପୁଲିସ ମୃତଦେହକୁ ଜବତ କରିବାକୁ ଚେଷ୍ଟା କରିଥିବା ବେଳେ ମୃତକଙ୍କ ପରିବାର ଲୋକେ ଏହାକୁ ଉଠାଇ ନ ଦେବାକୁ ଜିଦ କରିଥିଲେ। ପ୍ରଥମେ ହତ୍ୟାକାରୀକୁ ଠାବ କରାଯାଉ ପରେ ମୃତଦେହ ଉଠାଯାଉ ବୋଲି କହିଥିଲେ। ପ୍ରାୟ ୧ ଘଂଟା କାଳ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ପୁଲିସ ବହତ ବୁଝାସୁଝା କଲା ପରେ ମୃତକଙ୍କ ପରିବାର ଲୋକେ ମୃତଦେହକୁ ଉଠାଇଥିଲେ। ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ନେଇ ଯାଇଥିଲା।

ସମ୍ବନ୍ଧିତ ଖବର