ସୁନ୍ଦରଗଡ଼: ଆଜି ସକାଳୁ ଟାଉନଥାନା ଅନ୍ତର୍ଗତ ଲୋହରାଢିପା ପଞ୍ଚବଟୀ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, ଆଜି କିଛିଲୋକ ପଞ୍ଚବଟୀ ପୋଖରୀ ଦେଇ ଯାଉଥିବା ବେଳେ ପାଣିରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟଲୋକ ଏହି ଘଟଣା ସମ୍ପର୍କରେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଖରୀ ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତଦେହର ପରିଚୟ ମିଳି ପାରି ନଥିଲା। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।