ଭଡ଼ାଘରୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ବିଦ୍ୟୁତ ବିଭାଗର ଏମଆରଟି ଏବଂ ଏନଫୋର୍ସମେଣ୍ଟ୍‌ ଡିଭିଜନ୍‌ରେ ଉପପ୍ରବନ୍ଧକ ଭାବେ କାର୍ଯ୍ୟରତ ନନ୍ଦ କିଶୋର ନାଏକଙ୍କର ମୃତଦେହ ଗତକାଲି ଭୋର୍‌ ସମୟରେ ବାଘଡ଼ାରୋଡସ୍ଥିତ ଭଡ଼ାଘରୁ ଉଦ୍ଧାର କରାଯାଇଛି। ପୁଲିସକୁ ଏନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ପରେ ଶବ ଉଦ୍ଧାର କରାଯାଇଥିଲା। ମୃତ ଶ୍ରୀ ନାଏକ ତାଙ୍କ ଫୋନ୍‌ର କୌଣସି ଉତ୍ତର ନଦେବାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମୃତକଙ୍କ ପତ୍ନୀ। ଏନେଇ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଶ୍ରୀ ନାଏକଙ୍କ ମୃତ୍ୟୁରେ ନେସ୍କୋ ପାୱାର ଏମ୍ପ୍ଲଇଜ୍‌ ଯୁନିୟନ୍‌ର ଡେପୁଟି ଜେନେରାଲ ସେକ୍ରେଟାରୀ ଜ୍ୟୋତିକୃଷ୍ଣ ବେହେରା ସଂଘ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର