ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବେଗୁନିଆ: ଖୋର୍ଦ୍ଧା ଜିଲ୍ଳା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଂଚାୟତର ବୋତଳମା ରେଳ ଧାରଣା ନିକଟ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଆଠଗଡ଼ ଅଚଳର ବିଜୟ ବେହରା । ସେ ଦୀର୍ଘ ଦିନ ଧରି ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ କୋଣାର୍କନଗରରେ ତାଙ୍କ ଶଶୁର ଘରରେ ରହିଆସୁଥିଲେ । କିନ୍ତୁ ଅଧିକ ଧାରକରଜ କରିଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ସୂଚନା ମିଳୁଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସଦର ଥାନା ଅନ୍ତର୍ଗତ ବୋତଳମା ରେଳ ଧାରଣା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସହ ପାଖରେ ଏକ ଗାଡ଼ି ଥିବା ଦେଖିଥିଲେ ଗ୍ରାମବାସୀ । ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ପଂଚନାମା ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର