ଗଂଜାମ: କାଜୁ ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର: ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କମସର ଗ୍ରାମର ଏକ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦ୍ଵୟ ହେଲେ ଅଳସୁ ଗ୍ରାମର ପିତବାସ ନାଇକ ଓ ଖଇରପୁଟି ଗ୍ରାମର ସରସ୍ୱତୀ ନାଇକ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦ୍ଵୟକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।

ସୂଚନା ଅନୁଯାୟୀ, ପିତବାସ ଓ ସରସ୍ୱତୀ ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ କିନ୍ତୁ ବିବାହ ପାଇଁ ପରିବାରବର୍ଗ ରାଜି ହୋଇନଥିଲେ। ଏହାପରେ ଆଜି ଉଭୟଙ୍କ ମୃତ ଦେହ କାଜୁ ଜଙ୍ଗଲରେ ଗୋଟିଏ ଗଛରେ ଝୁଲି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।ଏନେଇ ଥାନାରେ ଖବର ଦେବା ପରେ ଜଗନ୍ନାଥ ପ୍ରସାଦ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରଛି। ପରିବାର ଲୋକେ ପହଞ୍ଚି ଶବ ମୃତଦେହ ଚିହ୍ନଟ କରିଛନ୍ତି।

 

ସମ୍ବନ୍ଧିତ ଖବର