ରାଇରଙ୍ଗପୁର: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଛଣପାଳ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଭିତରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତର କାରଣ ଅସ୍ପଷ୍ଟ ଥିବା ବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛନ୍ତି। ଉକ୍ତ ଗ୍ରାମର ଶୁକ୍ରା ସିଂ(୫୫) ଗତ ବୁଧବାରରୁ ନିଖୋଜ ଥିଲେ। ଉକ୍ତ ଗ୍ରାମର ବାତି ସିଂଙ୍କ ପରିତ୍ୟକ୍ତ ପାଇଖାନା ଘରେ ଶୁକ୍ରାଙ୍କ ମୃତ ଦେହ ପଡ଼ିଥିବା ଗତକାଲି ସଂଧ୍ୟାରେ ଦେଖିବାକୁ ମିଳିଥିଲା। ଏନେଇ ପୁଲିସକୁ ସୂଚନା ଦେବା ପରେ ଆଜି ଉକ୍ତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ପରିତ୍ୟକ୍ତ ପାଇଖାନା ଘରୁ ମୃତ ଦେହ ଉଦ୍ଧାର
/sambad/media/post_attachments/wp-content/uploads/2020/03/Dead-Body-380x214-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)