ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ କଣ୍ଡାପୁଟ ଅଂଚଳରେ ହୋଇଛି ହତ୍ୟା। ଛାତଡ଼ିପୁଟରୁ ଜଣେ ଯୁବକ ନିଖୋଜର ୩ଦିନ ପରେ ମିଳିଛି କଣ୍ଡାଫୁଟ ଆମ୍ବବଗିଚାରେ ମୃତ ଦେହ। ପୁଲିସ ମାମଲାର ଛାନଭିନ୍ନ ଆରମ୍ଭ କରିଛି। ପୁଲିସ କୁକୁର, ସାଇନଟିଫିକ୍ ଟିମକୁ ଆଣି ଆରମ୍ଭ କରିଛି ତଦନ୍ତ। ଛାତଡିଫୁଟ ଗାଁର ହର ଗାଧବାଙ୍କ ୧୯ବର୍ଷର ପୁଅ ଉପେନ୍ଦ୍ର ଗାଧବାଙ୍କୁ ହୋଇଛି ହତ୍ୟା। ଗତ ରବିବାର ଦିନ ରାତିରେ ଗାଁର ୨ଜଣ ଯୁବକ ମୃତ ଉପେନ୍ଦ୍ରଙ୍କୁ ଡାକିକି ନେଇଥିଲେ। ଏହା ପର ଠାରୁ ଆଉ ଉପେନ୍ଦ୍ର ଆଉ ଘରକୁ ଫେରି ନଥିଲେ। ତାଙ୍କ ବାପା ହର ଓ ଗ୍ରାମବାସୀ ମାନେ ବୈରାଗୀମଠ ଠାରୁ ଆଖ ପାଖ ଗାଁ ଓଜଙ୍ଗଲରେ ଖୋଜାଖୋଜି କରିଥିଲେ।
ଆଜି ସକାଳୁ କଣ୍ଡାପୁଟ ଗାଁର କିଛି ଲୋକେ ଆମ୍ବ ତୋଳିବାକୁ ଯାଇ ମୃତ ଉପେନ୍ଦ୍ରର ମରଶରୀର ଦେଖିବାକୁ ପାଇଥିଲେ। ସେମାନେ ହରଙ୍କୁ ଖବର ଦେଇଥିଲେ। ହର ନିଜ ପୁଅର ମର ଶରୀରକୁ ଦେଖି ଚିହ୍ନି ଥିଲେ। ଗ୍ରାମବାସୀଙ୍କ ସୂଚନାକ୍ରମେ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ସଦଳଦଳ ସହ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିଲେ। କୋରାପୁଟରୁ ଆସିଥିବା ପୁଲିସ କୁକୁର ଘଟଣାସ୍ଥଳରୁ ଛାତଡ଼ିପୁଟରେ ରହୁଥିବା ୨ଜଣ ଯୁବକଙ୍କ ଘରକୁ ଯାଇ ଥିଲା। ସେଭଳି ସାଇନଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ଆଦି ସଂଗ୍ରହ କରିଥିଲେ।
/sambad/media/post_attachments/wp-content/uploads/2021/06/005cea3b-a559-4c2f-89a8-3f9981fd5cff-1024x576.jpg)
ମୃତ ଉପେନ୍ଦ୍ରଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ଭୁସା ଯିବା ସହ ମୁହଁରେ ପଥର ମାଡ଼ ବି ରହିଥିବା ସଦରଥାନା ଅଧିକାରୀ କହିଛନ୍ତି। ଗାଁର କିଛି ଯୁବକ ଏହି ହତ୍ୟାରେ ସାମିଲ୍ ରହିଥିବା ତାଙ୍କ ବାପା ହର କହୁଛନ୍ତି। ପୂର୍ବରୁ ହୋଇଥିବା ଏକ ମାମଲାକୁ କେନ୍ଦ୍ର କରି ମନରେ ରାଗ ରଖି ଉକ୍ତ ଅଭିଯୁକ୍ତ ମାନେ ତାଙ୍କ ପୁଅକୁ ପୂର୍ବ ଯୋଜନାବଦ୍ଧଭାବେ ହତ୍ୟା କରିଥିବା କହୁଛନ୍ତି ହର। ପୁଲିସ ମାମଲାର ତଦନ୍ତ ଜାରୀ ରଖିଛି। ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଧରା ଯିବା ସହ ହତ୍ୟାର କାରଣ ସଂପର୍କରେ ସୂଚନା ଦିଆଯିବ ବୋଲି କହିଛନ୍ତି, ସଦରଥାନା ଅଧିକାରୀ। ମାମଲାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରୀ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/0eb6a2cb-a097-4e0d-a566-15eb36dae484.jpg)