ବନ୍ୟାପାଣିରେ ଭାସି ଆସିଥିଲା ଗଳିତ ଶବ, ସାଲୁଙ୍କି ନଦୀକୂଳରୁ ଉଦ୍ଧାର

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ କୁରୁକୁଚ୍ ଗ୍ରାମ ସାଲୁଙ୍କି ନଦୀକଡରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ ଭିନ ଆରମ୍ଭ କରିଛି।

ସୂଚନା ମୁତାବକ ବନ୍ୟା ଯୋଗୁଁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟା ଆସିଛି । ତେବେ ବୁଧବାର ଅପରାହ୍ନ ସମୟରେ କୁରୁକୁଚ ଗ୍ରାମବାସୀ ସାଲୁଙ୍କି ନଦୀକୁ ବନ୍ୟା ଜଳ ଦେଖିବା ପାଇଁ ଯାଇଥିବା ବେଳେ ଗୋଟିଏ ବୁଦାରେ ଏକ ଗଳିତ ମୃତ ବ୍ୟକ୍ତିର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସଙ୍ଗେ ସଙ୍ଗେ ଗ୍ରାମବାସୀ ନିକଟସ୍ଥ ବଘିଆପଡ଼ା ଫାଡ଼ିକୁ ସୂଚନା ଦେଇଥିଲେ । ବଘିଆପଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ମଧ୍ୟ ଉଦ୍ଧାର କରିଛି।

ଅନ୍ୟପଟେ ଶବଟି ବନ୍ୟା ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି। ଗତ ୧୦ ଦିନ ହେଲା ଟିକରପଡା ପଂଚାୟତ ଗୁଢ଼ୀଆଳି ଗ୍ରାମର ଗୁଲେଖ ମାଝୀ (୪୮) ନିଖୋଜ ଥିଲେ। ବନ୍ୟାରେ ଏହି ଶବ ଭାସି ଆସିଛି ନା ହତ୍ୟା କରି ଫିଙ୍ଗି ଦିଆଯାଇଛି, ସେ ନେଇ ବଘିଆପଡା ପୁଲିସ ତଦନ୍ତ କରୁଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର