ଶିମିଳିପାଳ ଅଭୟାରଣ୍ୟ ହାତୀ ଟ୍ରେଞ୍ଜରୁ ବିଧବା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତହେହ ଜବତ

ସାଇଣ୍ଟିଫିକ ଟିମର ତଦନ୍ତ ଜାରି, ହତ୍ୟା ସନ୍ଦେହ, ମିଳିଲା ପରିଚୟ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଖଡ଼ିଆଗଡ଼ ଜଙ୍ଗଲ ପାର୍ଶ୍ଵ  ହାତୀ ଟ୍ରେଞ୍ଜ ଭିତରୁ ଜଣେ ବିଧବା ମହିଳାଙ୍କ ଅଧାପୋଡା ମୃତ ହେହକୁ ବାରିପଦା  ସଦର ଥାନା ପୁଲିସ ଜବତ କରିବା ସହ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଛି। ଉକ୍ତ ଘଟଣାକୁ ନେଇ ଶ୍ୟାମଖୁଣ୍ଟା ବ୍ଲକ  କେନ୍ଦୁଝରୀ ଗ୍ରାମର କରୁଣାକର ମାଝିଙ୍କ ଅଭିଯୋଗ କ୍ରମେ ବାରିପଦା ସଦର ଥାନାରେ ୧୩୧/୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି ।
ଏହା ଏକ ହତ୍ୟା ମାମଲା ବୋଲି ସନ୍ଦେହ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ ଘଟଣା ଜଣାପଡ଼ିଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ସନ୍ତୋଷ ବିଶୋଇ ।  ମୃତ ମହିଳା ଶାମାଖୁଣ୍ଟା ବ୍ଲକ କେନ୍ଦୁଝରି ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ହାଁସଦାଃଙ୍କ ବିଧବା ପତ୍ନୀ ମୁନି ମଣି ହାଁସାଦାଃ(୪୫) ବୋଲି ଜଣାପଡ଼ିଛି। ମୃତକଙ୍କର ଜଣେ ପୁଅ ଓ ୩ ଜଣ ବିବାହିତା ଝିଅ ରହିଛନ୍ତି । ମୁନି ତାଙ୍କର ପୁଅ ସହିତ ନ ରହି ଅଲଗା ଭାବେ ବସବାସ କରୁଥିବା ବେଳେ ପ୍ରାୟ ୪/୫ ବର୍ଷ ପୂର୍ବେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ।
ମୁନିଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରାଇବା ଉଦ୍ଦେଶ୍ୟରେ ହାତୀ ଟ୍ରେଞ୍ଜ ଭିତରେ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରିଥିବାର ସନ୍ଦେହ କରାଯାଇଛି । ଆଜି ସକାଳ ସମୟରେ କେନ୍ଦୁଝରି ଗ୍ରାମର ମକାଚାଷୀମାନେ ତାଙ୍କର କ୍ଷେତକୁ ଦେଖିବାକୁ ଯାଇଥିବା ସମୟରେ ଦୂରରୁ ଧୂଆଁ ଉଠୁଥିବାର ଦେଖି ନିକଟକୁ ଯିବା ପରେ ଏକ ମହିଳାଙ୍କୁ ଦରପୋଡ଼ା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ । ମହିଳାଙ୍କୁ ପାଦରୁ ଅଣ୍ଟା ପର୍ଯ୍ୟନ୍ତ ପୋଡି ଦିଆଯାଇଛି।
ସମ୍ବନ୍ଧିତ ଖବର