ରାଉରକେଲା: ମୁମ୍ବାଇ- ହାୱଡା ଗୀତାଞ୍ଜଳି ଏକ୍ସପ୍ରେସ୍ରୁ ଜଣେ ଯୁବକର ଶବ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳି ନାହିଁ। ମାତ୍ର ପକେଟରୁ ମିଳିଥିବା ଆଧାର କାର୍ଡ ମିଳିଛି। ଯେଉଁଥିରେ ଯୁବକର ନାମ ଦାମୋଦର ଘୋଷ (୫୨)। ଘର ଝାଡ଼ଖଣ୍ଡ ଦୁମ୍କା ପଟେଜୋର ବୋଲି ଲେଖାଯାଇଛି। ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍) ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ଗୀତାଞ୍ଜଳି ଏକ୍ସପ୍ରେସ୍ ବାମଡା ଷ୍ଟେସନ ଛାଡିବା ପରେ କିଛି ଯାତ୍ରୀ କୋଚ୍ ନଂ ଡି -୧ ଏକ ସିଟ୍ରେ ଜଣେ ଯୁବକ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ଦେଖି ରେଳ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ରେଳ ସୁରକ୍ଷା ଅଧିକାରୀ ଏ ସଂକ୍ରାନ୍ତରେ ଚକ୍ରଧରପୁର ମଣ୍ଡଳ ଅଫିସ୍କୁ ଜଣାଇଥିଲେ। ଚକ୍ରଧରପୁର ମଣ୍ଡଳ ଅଫିସର ବିଭାଗୀୟ ଅଧିକାରୀ ରାଉରକେଲା ରେଳବାଇ ଥାନାକୁ ସୂଚନା ଦେଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଟ୍ରେନ୍ ଷ୍ଟେସନରେ ପହଞ୍ଚିବା ପରେ ଡି-୧ କୋଚ୍ରୁ ଚେତାଶୂନ୍ୟ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଡାକ୍ତର ଟିମ୍ ଯାଞ୍ଚ କରିବା ପରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ।