ପାଲଲହଡା: ଗାଁ ଦାଣ୍ଡରୁ ବିବାହିତ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ପୁଲିସର ତଦନ୍ତ ଜାରି  

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ନାଗିରା ପଂଚାୟତ କାଦମ୍ବିନୀପୁର ଗାଁର ରତ୍ନାକର ନାୟକ (୪୫) ଗତକାଲି କେନ୍ଦୁଝର ଜିଲ୍ଲା ବାଉଁଶପାଳ ବ୍ଲକ ତାରାମାକାନ୍ତ ଗାଁର ସାପ୍ତାହିକ ହାଟ କରି ଯାଇଥିବାବେଳେ ରାତି ସୁଦ୍ଧା ସେ  ଘରକୁ ଫେରି ନଥିଲୋ ଆଜି  ସକାଳେ ପରିବାର ଲୋକ ଗାଁ ଦାଣ୍ଡ ନିକଟରେ ତାଙ୍କର ମୃତଦେହ ପଡିଥିବାର ଦେଖି ପାଲଲହଡା ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ଥାନା ଆଇଆଇସି କିଶୋର କୁମାର ସାମଲ କାଦମ୍ବିନୀପୁର ଗାଁକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲେ। ରତ୍ନାକରଙ୍କ ବେକରେ ତଣ୍ଟିଚିପାର ଦାଗ ଥିବାରୁ ତାକୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର