ବୈତରଣୀ ପୋଲରୁ ଡେଇଁ ଯୁବତୀ ନିଖୋଜ ଘଟଣା: ମୃତଦେହ ନଦୀରୁ ଉଦ୍ଧାର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ପୋଲରୁ ଗତକାଲି ନଈକୁ ଡେଇଁଥିବା ନିଖୋଜ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ କିଛି ଦୂରରେ ଯୁବତୀଙ୍କ ମୃତଦେହ ଚାନ୍ଦବାଲି ପଟରେ ଭାସୁଥିବାର ସ୍ଥାନୀୟ ଲୋକେ ଠାବ କରିଥିଲେ। ଖବର ପାଇ ରାଜକନିକା ଦମକଳ ବାହିନୀ ଚାନ୍ଦବାଲି ପୁଲିସ୍ ପହଁଚି ଶବକୁ ଉଦ୍ଧାର କରିବା ପରେ ଛାତ୍ରୀ ଜଣକ ମାମୁଁ ଛାତ୍ରୀ (ସିମିରନ ଜେନା) ଜଣକୁ ଚିହ୍ନଟ କରିଥିଲେ। ପୁଲିସ୍ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଗତକାଲି ସିମିରନ ଜେନା ଚାନ୍ଦବାଲିକୁ କମ୍ପ୍ୟୁଟର କ୍ଲାସ୍ କରିବାକୁ କହି ମାମୁଁ ଘର ବୁରୁଡ଼ିଆରୁ ଆସିଥିଲେ। ହେଲେ ବୈତରଣୀ ବ୍ରିଜ୍ ଉପରେ ସାଇକେଲ ଓ ବ୍ୟାଗ ରଖିଦେଇ ନଦୀକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ହେଲେ ଖବର ପାଇ ଦମକଳ ବାହିନୀ ଖୋଜାଖୋଜି କରିଥିଲେ। ଏନେଇ ରାଜକନିକା ଓ ଚାନ୍ଦବାଲି ଥାନାରେ ସିମିରନ ଙ୍କ ମାମୁଁ ଘର ତରଫରୁ ଏତଲା କରାଯାଇଥିଲା। ପୁଲିସ୍ ଏ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର