କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଗଂଗଲା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି। ଜଣେ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରି କଲଭର୍ଟ ତଳେ ପକାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଗଂଗଲା ପଞ୍ଚାୟତର କୋତାମେଟା ଠାରୁ ଗଂଗାଲା ଯିବା ବାଟରେ ଜଂଗଲ ଭିତରେ ରହିଥିବା ଏକ କଲଭର୍ଟ ତଳେ ଏହି ମୃତ ଯୁବକଙ୍କ ଶବକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ମୃତ ବ୍ୟକ୍ତି ଜଣକୁ ଚିହ୍ନଟ କରାଯାଇଛି। ସେ ହେଉଛନ୍ତି ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତର ମାଉଲିଗୁଡା ଗ୍ରାମର ଗଣପତି ତନ୍ତି । ଏକ ଧାରୁଆ ଅସ୍ତ୍ରରେ ତାଂକର ବେକ କଟାଯାଇଥିବା ଦେଖିବାକୁ ମିଳିଛି।କୋତାମେଟା ଗ୍ରାମର କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ମୃତଦେହକୁ ଦେଖିଥିଲେ। ତୁରନ୍ତ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କୁ ପଚାରିବାରୁ ସେ ଘଟଣାସ୍ଥଳରେ ରହି ତଦନ୍ତ କରୁଛନ୍ତି। କେହି ତାଂକୁ ଅତି ନୃସଂଶ ଭାବେ ହତ୍ୟା କରିଛି।ଖୁବଶୀଘ୍ର ଏହାର ପର୍ଦାଫାସ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର