ପଥର ଖୋଲ ଭିତରେ ଅଛି ଗଳିତ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ସନ୍ଦେହ

କପ୍ତିପଦା: ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଲାଦୁରାସାହି ନିକଟସ୍ଥ ପାହାଡ଼ ଖୋଲରୁ ଏକ ଗଳିତ ମୃତଦେହ ଠାବ କରାଯାଇଛି। ଖବରରୁ ପ୍ରକାଶ ଆଜି ଲାଦୁରାସାହି ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ କିଛି ଗ୍ରାମବାସୀ ଯାଇଥିବା ବେଳେ ସେଠାରୁ ଦୁର୍ଗନ୍ଧ ହେବା ସହିତ ଏକ ପଥର ଖୋଲ ଭିତରେ ଶବ ରହିଥିବାର ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଶରତ ପୁଲିସକୁ ଗ୍ରାମବାସୀ ଜଣାଇବା ପରେ ଥାନା ଅଧିକାରୀ ନିରୋଜ କୁମାର ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଶବଟି ସମ୍ପୂର୍ଣ୍ଣ ପଚିସଢ଼ି ଯାଇଥିବାରୁ ଓ ସନ୍ଧା ହୋଇଆସିବାରୁ ଆଜି ଶବ ଉଦ୍ଧାର କରାଯାଇପାରିନି। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ଉଦ୍ଧାର ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର