ନିଖୋଜ ଯୁବକର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଜୟପୁର: ଗତକାଲି ସକାଳ ସାଢ଼େ ୧୦ଟାରୁ ସ୍ଥାନୀୟ ପୁରୁଣାଗଡ଼ ଅଞ୍ଚଳର ଦେବ ମୁଦୁଲି(୩୮) ନିଖୋଜ ରହିଥିଲେ। ଆଜି ସକାଳ ୭ଟା ବେଳେ ପୁରୁଣାଗଡ଼ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଗୋଟିଏ ଗଛରେ ବେକରେ ଚୁନ୍ନି ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ପୁଲିସ ଉପସ୍ଥିତିରେ ପରିବାରବର୍ଗ ମରଶରୀରକୁ ତଳକୁ ଓହ୍ଲାଇଥିଲେ। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳ ସାଢ଼େ ୧୦ଟାରୁ ମୃତ ଦେବ ମୁଦୁଲି ଘରୁ ବାହାରି ପଳାଇଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କୁ ପାଇ ନଥିଲେ।

ଆଜି ସକାଳ ୭ଟା ବେଳେ ନିକଟବର୍ତ୍ତୀ ଜଙ୍ଗଲ ମଧ୍ୟରେ ଗୋଟିଏ ଗଛରେ ତାଙ୍କ ମରଶରୀର ଓହଳିଥିବା ସ୍ଥାନୀୟ ଲୋକେ ଦେଖି ପରିବାରବର୍ଗକୁ ସୂଚନା ଦେଇଥିଲେ। ପରିବାରବର୍ଗ ଚିହ୍ନଟ କରିବା ସହ ଟାଉନଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଉପସ୍ଥିତିରେ ମରଶରୀରକୁ ତଳକୁ ଓହ୍ଲା ଯାଇଥି‌ଲା। ପୁଲିସ ମରଶରୀରର ପଞ୍ଚନାମା କରିଥିଲେ। ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ‌ମରଶରୀର ନେଇ ବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ। ଏ ନେଇ ଟାଉନଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର