ଦେବଗଡ଼: ବାରକୋଟ ଥାନା ବଂପରଡା ଗ୍ରାମ ନିକଟରେ ଥିବା ଏକ ବନ୍ଦ ଦୋକାନ ସମ୍ମୁଖରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ମଧ୍ୟପୁର ଗ୍ରାମର ଅଂଶୁମାନ ଧଳ। ମିଳିଥିବା ସୂଚନା ଅନୁଯାୟୀ, ଅଂଶୁମାନ କିଛିଦିନ ପୂର୍ବେ ବଂପରଡା ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ଚେନ୍ନାଇରେ କିଛିଦିନ ରହିବା ପରେ ଝିଅକୁ ବାପ ଘରକୁ ଆଣିଥିଲା। ସୋମବାର ଅଂଶୁମାନ ଶ୍ୱଶୁର ଘରକୁ ଆସିଥିବା ବେଳେ ସକାଳେ ତାଙ୍କ ମୃତଦେହ ଗ୍ରାମରେ ଥିବା ଏକ ଦୋକାନ ବାରଣ୍ଡାରେ ପଡ଼ିଥିବା ମଙ୍ଗଳବାର ସକାଳେ କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହା ବାବଦରେ ଗ୍ରାମବାସୀ ବାରକୋଟ ଥାନାକୁ ସୂଚନା ଦେଇଥିଲେ।
ବାରକୋଟ ଥାନା ଅଧିକାରୀ କନକ ମାଝୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଝିଅ ଘର ପରିବାର ସହ ମନ ମାଳିନ୍ୟ ଥିବା କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଅଂଶୁମାନଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)