ପାତ୍ରପୁର: ଜରଡ଼ା ଥାନା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ପଦାଦିଗି ପଞ୍ଚାୟତର ଯୋଗାଣ ସହାୟକ ଶ୍ରୀକାନ୍ତ ମହାରଣାଙ୍କ ଶବକୁ ଆଜି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଘରର ଉପର ମହଲାରେ ଏକୁଟିଆ ଶୋଇଥିଲେ। କିନ୍ତୁ ସକାଳେ ନ ଉଠିବାରୁ ପରିବାରବର୍ଗ କବାଟ ବାଡ଼େଇଥିଲେ। ନଖୋଲିବାରୁ କବାଟ ଭାଙ୍ଗି ଦେଖିବା ବେଳକୁ ପଙ୍ଖାରେ ସେ ଝୁଲୁଥିବା ଦେଖିବାକୁ ମିଳିଥିଲା। ବେକରେ ଶୀତବସ୍ତ୍ର ବନ୍ଧାଯାଇଥିଲା।
ପାତ୍ରପୁର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାନଭାଇ ସୁଶାନ୍ତଙ୍କ ଏତଲା କ୍ରମେ କେସ୍ ନମ୍ବର ୪ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଶ୍ରୀକାନ୍ତଙ୍କ ମୋବାଇଲ୍କୁ ପୁଲିସ ଜବତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d4638b6116433d3c537d0c637380c3b-750x430-1.jpg)