ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ବେଲଦା ଗ୍ରାମର ଜଣେ ବୃଦ୍ଧ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ମୃତକ ଜଣଙ୍କ ହେଲେ ଗ୍ରାମର ସାମଲ ସାହିର କୈଳାଶ ସାମଲ (୫୫)। ମିଳିଥିବା ସୂଚନା ଅନୁସାରେ କୈଳାଶ ଗତକାଲି ଅପରାହ୍ନରେ କାମ ସାରି ଘରକୁ ଫେରିବା ପରେ ଗୋଡ଼ ହାତ ଧୋଇବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ।

Advertisment

ଆଜି ସକାଳେ ଘର ନିକଟରେ ଥିବା ଏକ ପୋଖରୀକୁ ତାଙ୍କର ଜଣେ ସମ୍ପର୍କୀୟ ଶୌଚ ହେବାକୁ ଯାଇଥିବା ବେଳେ କୈଳାଶଙ୍କୁ ପୋଖରୀରେ ଭାସୁଥିବା ଦେଖି ତୁରନ୍ତ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଞ୍ଚି ଶବ ଜବତ କରି ୩୩/୨୩ ରେ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି।