ନିରାକାରପୁର ରେଳଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ଲେବଲ୍‌ କ୍ରସିଂରୁ ଅଳ୍ପ ଦୂରରେ ଥିବା ରେଳ ଧାରଣରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରୀରେ ଏପରି ଘଟଣା ଘଟିଥିବା ବେଳେ ନିରାକାରପୁର ରେଳବାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।

ମୃତକଙ୍କର ଏଯାବତ୍‌ ପରିଚୟ ମିଳିନି। ରେଳ ଧାରଣା କଡ଼ରେ ଗୋଟିଏ ସାଇକେଲ୍‌ ଓ ଚପଲ ଥୁଆ ହୋଇଥିବାର ପୁଲିସ୍‌ ଉଦ୍ଧାର କରିଛି। ତେବେ, ଏହା ହତ୍ୟା କି ଆତ୍ମହତ୍ୟା ଏଯାବତ୍‌ ସ୍ପଷ୍ଟ ହୋଇନି। ପୁଲିସ୍‌ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର