ଜମିରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପେଡାକୋଣ୍ଡା ଗ୍ରାମରେ ଏକ ଚାଷ ଜମିରୁ ଗଳିତ ଶବ ଉଦ୍ଧାର କରାଯାଇଛି। ଘଟଣା ଅନୁଯାୟୀ ଗତ ଦୁଇ ଦିନ ହେଲା ପେଡାକୋଣ୍ଡା ଗ୍ରାମର ଲଛୁ କାବାସି(୩୫) ନିଖୋଜ ହୋଇଯାଇଥିଲେ। ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଲଚ୍ଛୁର ପତ୍ତା ପାଇପାରିନଥିଲେ।

ତେବେ ଏନେଇ ପୁଲିସ ନିକଟରେ କୌଣସି ଏତଲା ଦାୟର କରିନଥିଲେ। ଆଜି ପେଡାକୋଣ୍ଡା ଗ୍ରାମ ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଲଚ୍ଛୁର ଶବ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ପୁଲିସକୁ ଖବର ଦେବା ପରେ ଆଇଆଇସି ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ତେବେ ଲଚ୍ଛୁର ବେକ କଟିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ନେଇ ଆଶଙ୍କା କରାଯାଉଛି। ତେବେ ଲଚ୍ଛୁ ସହ କାହାର ଶତ୍ରୁତା ଥିଲା ସେନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର